ସହରାଞ୍ଚଳ ବିକାଶ ଯୋଜନା

ସହରାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସ୍ମାର୍ଟ ସିଟି, ଅମୃତ ସହର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ୨୫ ଜୁନ ୨୦୧୫ରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କୟା ନାଇଡୁ, ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଛି । ସହରକୁ ନୂଆ ରୂପ ଦେବା ପାଇଁ ସରକାର ଏହି ତିନି ଯୋଜନା ପ୍ରସ୍ତୁତ କରିଛନ୍ତି ।

ଲକ୍ଷ୍ୟ


ଭାରତର ସହରଗୁଡ଼ିକୁ ଆନ୍ତର୍ଜାତିକମାନର ଭାବେ ଗଢି ତୋଳିବା, ସାମଗ୍ରିକ ବିକାଶ ତଥା ସହରକୁ ବସ୍ତି ମୁକ୍ତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

ବ୍ୟୟ ଅଟକଳ


ଏହି ଯୋଜନା ପାଇଁ ମୋଟ ୪ଲକ୍ଷ କୋଟି ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ଅପ୍ରେଲ ୨୦୧୫ ରେ ସ୍ମାର୍ଟ ସିଟି ଓ ଅମୃତ ଯୋଜନା ପାଇଁ ଯଥାକ୍ରମେ ୪୮ ହଜାର କୋଟି ଓ ୫୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଥିଲେ ।

ରୂପାୟନ


ପିପିପି ମଡେଲ:ସହରୀକରଣ ପାଇଁ ସରକାର ଘରୋଇ ସରକାରୀ ସହଭାଗିତା ଉପରେ ଗୁରୁତ୍ବ ଦେଉଛନ୍ତି ।

ତିନି ପ୍ରକାର ବିକାଶ ମଡେଲ:ସହରାଞ୍ଚଳ ବିକାଶ ପାଇଁ ସରକାର ତିନି ପ୍ରକାର ବିକାଶ ମଡେଲ ପ୍ରସ୍ତୁତ କରିଛନ୍ତି । ପ୍ରଥମଟି ହେଲା ପୁରୁଣା ସହରରେ ରହିଥିବା ଅଭାବକୁ ପୁରଣ କରି ତାକୁ ସ୍ମାର୍ଟ ସିଟିରେ ପରିଣତ କରିବା । ଦ୍ବିତୀୟ ମଡେଲ ହେଉଛି ଯୋଜନାବଦ୍ଧ ବିକାଶ । ଏହି ମଡେଲରେ ସହରରେ ଯାତାୟତ ପାଇଁ ଇଣ୍ଟେଲିଜେଣ୍ଟ ଗମନାଗମନ ବ୍ୟବସ୍ଥା କରିବା । ଶୁଦ୍ଧ ପାନୀୟ ଜଳ, ମୌଳିକ ଭିତ୍ତିଭୂମି, ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଗରିବଙ୍କ ପାଇଁ ଘର, ବିଦ୍ୟୁତ ଯୋଗାଣ, ଆଟି ସଂଯୋଗ, ପ୍ରଶାସନ, ନାଗରିକ ସୁରକ୍ଷା, ସ୍ବାସ୍ଥ୍ୟ, ଶିକ୍ଷା ପ୍ରତି ବିଶେଷ ଗୁରୁତ୍ବ ପ୍ରଦାନ କରାଯିବ । ପ୍ରଥମ ଦୁଇଟି ମଡେଲ ପୁରୁଣା ସହର ପାଇଁ ପ୍ରସ୍ତୁତ କରାଯାଇଛି । ତୃତୀୟ ମଡେଲଟି ହେଉଛି ଏକ ନୂଆ ସ୍ମାର୍ଟ ସହର ସ୍ଥାପନ କରିବା ।

ସ୍ମାର୍ଟ ସିଟି


ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସ୍ମାର୍ଟ ସିଟି ପାଇଁ ଚିହ୍ନଟ ହେବାକୁ ଥିବା ୧୦୦ଟି ସହରରେ ଲୋକଙ୍କୁ ଉନ୍ନତମାନର ସୁବିଧା ଯୋଗାଇ ଦିଆଯିବ । ପ୍ରତିଯୋଗିତା ଭିତ୍ତିରେ ଏହି ସହରକୁ ଚିହ୍ନଟ କରାଯିବ । ଏଥିପାଇଁ ଏକ ଦୁଇଦିନିଆ ଵର୍କସପ ହେବ ଯେଉଁଥିରେ ୧୦୦୦ ମେୟର ଓ ପୌରାଧ୍ୟକ୍ଷ, ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବମାନେ ଯୋଗଦେବେ । ସ୍ମାର୍ଟ ସିଟି ଯୋଜନାରେ ସାମିଲ ହୋଇଥିବା ସହରର ବିକାଶ ପାଇଁ କେନ୍ଦ୍ର ସରକାର ଆଗାମୀ ୫ବର୍ଷ ମଧ୍ୟରେ ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ସହରବାସୀଙ୍କୁ ୨୪ଘଣ୍ଟିଆ ବିଜୁଳି, ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ଜଳ, ପରିମଳ, ବିଶୁଦ୍ଧ ବାୟୁ, ଉତ୍ତମ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା, ସୁରକ୍ଷା, ଯୋଗାଯୋଗ ଆଦି ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦିଆଯିବ ।

କାୟାକଳ୍ପ ଓ ସହରୀ ରୂପାନ୍ତରଣ ଅଟଳ ମିଶନ ଯୋଜନା (ଅମୃତ)


କାୟାକଳ୍ପ ଓ ସହରୀ ରୂପାନ୍ତରଣ ଅଟଳ ମିଶନ ଯୋଜନା (ଅମୃତ)ରେ ୫୦୦ ସହରକୁ ବିକଶିତ କରାଯିବ । ୧ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ସାମିଲ ପ୍ରତ୍ୟେକ ସହରରେ ମୌଳିକ ଭିତ୍ତିଭୂମି ଓ ପରିମଳ ସୁନିଶ୍ଚିତ କରାଯିବ । ଜଳଯୋଗାଣ ଓ ଆବର୍ଜନା ନିଷ୍କାସନ ଉପରେ ଲକ୍ଷ୍ୟ କେନ୍ଦ୍ରୀଭୂତ ହେବ । ସାର୍ବଜନୀନ ପରିବହନ ବଢାଇବା, ପଥାଚାରୀ, ସାଇକଲ ଚାଳକଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା


ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘରର ମାଲିକ ହେବାକୁ ସକ୍ଷମ କରାଯିବ । ୨୦୨୨ ସୁଦ୍ଧା ସହରର ଗରିବ ଲୋକଙ୍କ ପାଇଁ ୨କୋଟି ପକ୍କା ଘର ନିର୍ମାଣ କରାଯିବ । ପ୍ରତି ଘର ପିଛା ୧ଲକ୍ଷରୁ ୨.୩୦ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ।

ଓଡ଼ିଶାର ଭାଗ


ଏହି ଯୋଜନା ଅନ୍ତର୍ଗତ ଓଡ଼ିଶା୨ ଟି ସ୍ମାର୍ଟ ସିଟି ଓ ୧୯ ଟି ସହରକୁ ଅମୃତ ଯୋଜନାରେ ମନୋନିତ କରିବ ।

Advertisements

ବିନୋଦ ନାୟକଙ୍କ ଗ୍ରାମପଥ

ଦୂର ତାଳବଣ ଆକାଶେ ଶୁଣାଏ
ମାଟିର କବିତା କିସେ
ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ
କ୍ଷେତ ପରେ କ୍ଷେତ
କାଶଫୁଲ ଆଉ ବେଣାରେ ଜଟିଳା ପାଟ
ପାଟ ପରେ ବଣ ବଣ ପାରି ହେଲେ
ମାମୁଁ ଘର ଗାଁ ଦିଶେ ।। ୧ ।।
ପଥର ସେପାଖେ ବୁଣା ହରଡ଼ ଓ ବୁଟ
ଆଗରେ ଚାରଣ ପଡ଼ିଆ ଗୋରୁର ଗୋଠ
ଶିମୁଳି ଶାଖାରେ ବାହୁନେ କପୋତୀ
ଉଠ୍‌ ପୁତା ଉଠ୍‌-
ଉଠ୍‌ ପୂରିଲାଣି ମାଣ,
ଏ ପାଖେ କଇଁର ପୋଖରୀ ଗାଧୁଆ ତୁଠ ।। ୨ ।।
ଭୁଆସୁଣୀ ମାଜେ ପାଦର ପାହୁଡ଼ ଏଥି
ମୁକୁଳା ବେଣୀରେ ପଖାଳେ ଦେଇଣ ମେଥି
ନଣନ୍ଦ ତାହାର ଅଧିକ ଚତୁରୀ
ଗାଲରେ ହଳଦୀ ମାଖେ
ହଲିଲା ପାଣିରେ ମୁହଁର ଛାଇକୁ ଦେଖେ ।। ୩ ।।
ପୋଇଶାଗ ଆଉ ପାଣିକଖାରୁର ଲତା
ମାଡ଼ି ମାଡ଼ି ଆସି ଟପିଲାଣି ଘର ମଥା
ସଜନାର ଶାଖୁଁ
ଝରିପଡ଼େ କେତେ ଫୁଲ
ବାଡ଼ ଦେହେ ପୁଣି ଅପରାଜିତାର ଛଟା ।। ୪ ।।
ସେଇ ପଥେ ଫେରେ ଗ୍ରାମବଧୂ ସାରି
ସକାଳ ସ୍ନାହାନ ଏକା
ଧୂଳିରେ ଆଙ୍କି ସଜଳ ଚରଣ ରେଖା
ମାଆ ବୋଲି ଥରେ
ଡାକିବାକୁ ପ୍ରାଣ ଲୋଡ଼େ
ପୃଥିବୀ ସମ ସହନଶୀଳା ସେ
ଅସୀମ କରୁଣାବତୀ
ନୟନେ ଶତକେ ଯୁଗର ବେଦନା ଲେଖା ।। ୫ ।।
ଏ ପଥେ ଗ୍ରାମର ତରୁଣ ବିଦେଶ ଯାଏ
ଲେଉଟା ପଥକୁ ନୂତନା ଘରଣୀ
ଆକୁଳେ ଅନାଇ ଥାଏ
କି ବାରତା ଆଣେ
କି ଜାଣେ
ଆଧାର ଲୋଭୀ ଏ କାକ
ଏ ଗ୍ରାମ ଦେବତୀ
ସେ ବ୍ୟଥା ବୁଝେ କି ହାଏ ।। ୬ ।।
ଏ ପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୁ
ବିତରି ବୁକୁର ମମତା ମୁଖର ମଧୁ
ପୁଅ ଝିଅ ନାତି ନାତୁଣୀରେ ରଖି
ମଶାଣି ଏ ପଥେ ଫେରେ
ଆସିବା ଜନର ସାକ୍ଷୀ ଏ ପଥ
ଫେରିବା ଜନର ବନ୍ଧୁ ।। ୭ ।।
ଜହ୍ନ ଏ ପଥେ ଢାଳଇ ରଜତ ମାୟା
କୁମାରୀ ଦଳର ମିଳିତ କଣ୍ଠୁ
ସଙ୍ଗୀତ ଉଠେ ଆହା
ଧାନ କ୍ଷେତ ଚଳେ
କୃଷକ ତରୁଣ
ରାତ୍ରି ଶୟନ ପାଇଁ
ପ୍ରାନ୍ତର ଡେଇଁ ଧାଏଁ ଦେଖ ଦେଖ
ଭସାଣି ମେଘର ଛାୟା ।। ୮ ।।
ଧୂଳିଘର ଛାଡ଼ି ଏ ପଥେ ଚଳଇ
ଶାଶୁଘର ଗାଆଁ ଝୁଅ
ମା’ର ପଣତେ ବନ୍ୟା ରଚଇ
ଅମାନିଆ ଆଖି ଲୁହ
ଏ ପଥର ସ୍ମୃତି ଚେତନା ଲେଖଇ
ସେ କେଉଁ ଜନମ କଥା
ଛାତି ଫାଟିଯାଏ କ୍ରନ୍ଦନେ ତା’ର
ବିଧାତା କି ପାଇଁ ଏ ବିଧାନ କଲା କୁହ ।। ୯ ।।
ଶ୍ୟାମ ପ୍ରାନ୍ତରେ ଉଲଙ୍ଗ ଶିଶୁ ସମ
ଏ ପଥ ଘୁମାଏ
ନୀଳନଭେ ଯଥା
ଛାୟାପଥ ମନୋରମ
ଗ୍ରାମ ଝରଣାରେ ଲଙ୍ଘି ଏ ପଥ
ସରଗ ସୀମାକୁ ଧାଏଁ
ସନ୍ନ୍ୟାସୀ ସେ କି ବିତରି କରୁଣାଧନ ।। ୧୦ ।।
ବନ୍ଦନା ତତେ କରଇ ରେ ଗ୍ରାମପଥ
ବାଳକ ବେଳର ହେ ମୋର ପ୍ରିୟ ସାଥୀ
ଆୟୁତ ଦଣ୍ଡବତ ।। ୧୧ ।।

ଓଡ଼ିଶାରେ ଦେଖାଯାଉଥିବା କିଛି ବୃକ୍ଷମାନଙ୍କର ବଟାନୀକାଲ ନାମ ଔଷଧିୟ ଗୁଣ

1. Binomial : Aegle marmelos (L.) Corr.

Family : Rutaceae

Habit : Tree

Local name : Bela

Parts Used : Stem Bark

Ethnomedicinal Uses : For Stomach & Dysentery: The bark is pounded and made into paste with mustard seeds and used for diarrhoea,

dysentery and other stomach disorders.

2. Binomial : Alangium salvifolium (L.f.) Wang

Family : Alangiaceae

Habit : Tree

Local name : Ankul koli

Parts Used : Leaves

Ethnomedicinal Uses : For Chronic wounds: The leaves and tender shoots are made into paste with salt and applied to boils.

3. Binomial : Andrographis paniculata (Burm.f.) Wall. ex Nees

Family : Acanthaceae

Habit : Herb

Local name : Bhuin nimba

Parts Used : Leaves

Ethnomedicinal Uses : For Headache: Leaf paste is applied on the forehead for 2-3 hours to relieve continuous headache.

4. Binomial : Asparagus racemosus Willd.

Family : Asparagaceae

Habit : Herb

Local name : Iswar jata

Parts Used : Tuber

Ethnomedicinal Uses : For Stomachache: Tuber is made into paste and taken daily twice for three days.

5. Binomial : Barleria cristata L.

Family : Acanthaceae

Habit : Herb

Local name : Daskaranda

Parts Used : Root

Ethnomedicinal Uses : For Anaemia: A decoction of the root with Barleria strigosa and dry fish is given in anaemia.

6. Binomial : Boerhavia diffusa L.

Family : Nyctaginaceae

Habit : Herb

Local name : Atikapudi saga

Parts Used : Root

Ethnomedicinal Uses : For Asthma: Root powder mixed with black pepper powder daily once for a fortnight.

7. Binomial : Butea monosperma (Lamk.) Taub.

Family : Papilionaceae

Habit : Tree

Local name : Palasa

Parts Used : Seed

Ethnomedicinal Uses : For preventing Pregnancy: Seed after removing the seed coats are made into powder and mixed with country liquor and

given for three days after menstruation as medicine to prevent pregnancy.

8. Binomial : Calotropis gigantea R.Br.

Family : Asclepiadaceae

Habit : Shrub

Local name : Arakha

Parts Used : Root

Ethnomedicinal Uses : For Diarrhoea: Dried root powder is taken orally with cold water to cure diarrhea.

9. Binomial : Cassia fistula L.

Family : Caesalpiniaceae

Habit : Tree

Local name : Sunari

Parts Used : Fruit

Ethnomedicinal Uses : For Constipation: The fruits are crushed and the paste is taken orally in very small quantity in case of constipation.

10. Binomial : Euphorbia hirta L.

Family : Euphorbiaceae

Habit : Herb

Local name : Jhuntikhuntia

Parts Used : Whole plant

Ethnomedicinal Uses : For Cuts: The crushed plant is fried and applied to cuts.

11. Binomial : Flacourtia indica (Burm.f) Merr.

Family : Flacourtiaceae

Habit : Shrub

Local name : Kontai koli

Parts Used : Stem Bark

Ethnomedicinal Uses : For Dysentery: The stem bark paste with about two gms mustard seed is heated in earthen pot and given with curd twice

daily for dysentery.

12. Binomial : Gymnema sylvestre (Retz.) R.Br.

Family : Asclepiadaceae

Habit : Climber

Local name : Gudmari

Parts Used : Leaves

Ethnobotanical Uses : For Diabetes: Dried leaves are pounded together with Coriander fruit (Coriandrum sativum L.), juice is extracted and

given orally.

13. Binomial : Hybanthus enneaspermus (L.f.) F.v. Muell.

Family : Violaceae

Habit : Herb

Local name : Madan mastaka

Parts Used : Whole plant

Ethnomedicinal Uses : For Siphillis and Dysentery: The paste of two to three entire plants with seven black pepper is given once daily for

siphillis and dysentery.

14. Binomial : Mallotus philippensis (Lam.) Muell.

Family : Euphorbiaceae

Habit : Tree

Local name : Sundari

Parts Used : Seed

Ethnobotanical Uses : For Constipation: Decoction of seed is taken daily twice before food.

15. Binomial : Mimosa pudica L.

Family : Mimosaceae

Habit : Herb

Local name : Lajakuli lata

Parts Used : Root

Ethnomedicinal Uses : For Snake-bite: The root is made into paste in the water collected after washing raw rice and given orally for snake-bites.

16. Binomial : Plumbago indica L.

Family : Plumbaginaceae

Habit : Herb

Local name : Raktachita

Parts Used : Root

Ethnomedicinal Uses : For Abortion of Pregnancy: The root is made into paste along with the root of Michelia champaca and given once

daily in the morning for three days to induce abortion.

17. Binomial : Pterocarpus marsupium Roxb.

Family : Papilionaceae

Habit : Tree

Local name : Piasal

Parts Used : Wood

Ethnobotanical Uses : For Diabetes: The wood is kept in water overnight. In the morning the water is taken for cooling effect. This is also

recommended to cure diabetes.

18. Binomial : Rauvolfia serpentina (L.) Benth. ex Kurz

Family : Apocynaceae

Habit : Shrub

Local name : Patala garuda

Parts Used : Root

Ethnomedicinal Uses : For Snake-bite: Paste from root is taken orally in snake-bite.

19. Binomial : Schleichera oleosa (Lour.) Oken.

Family : Sapindaceae

Habit : Tree

Local name : Kusum

Parts Used : Seed

Ethnomedicinal Uses : For Eczema: The oil obtained from seed is applied in eczema area.

20. Binomial : Shorea robusta Gaertn.f.

Family : Dipterocarpaceae

Habit : Tree

Local name : Sala

Parts Used : Stem Bark

Ethnomedicinal Uses : For Curing Wounds: The powdered bark of the tree is used for treatment of wounds specially those infected and lacerated

ones forming pus.

21. Binomial : Soymida febrifuga (Roxb.) A. Juss.

Family : Meliaceae

Habit : Tree

Local name : Rohini

Parts Used : Stem Bark

Ethnomedicinal Uses : For Rheumatism: Paste made from the grinded bark is applied to get relief from muscular and joint pain.

22. Binomial : Sterculia urens Roxb.

Family : Sterculiaceae

Habit : Tree

Local name : Genduli

Parts Used : Gum

Ethnomedicinal Uses : For Dysentery: The gum mixed with sugar is administered to patient suffering from dysentery.

23. Binomial : Strychnos nux-vomica L.

Family : Loganiaceae

Habit : Tree

Local name : Kochila

Parts Used : Stem Bark

Ethnomedicinal Uses : For Epilepsy: The infusion of bark is given in epilepsy.

24. Binomial : Terminalia alata Heyne ex Roth.

Family : Combretaceae

Habit : Tree

Local name : Asana

Parts Used : Leaves

Ethnomedicinal Uses : For Dandruff: Paste made from petiole of the leaf is used against dandruff.

25. Binomial : Terminalia bellirica (Gaertn.) Roxb.

Family : Combretaceae

Habit : Tree

Local name : Bahada

Parts Used : Fruit

Ethnomedicinal Uses : For Opthalmia: Fruit decoction along with honey is used to cure opthalmia.

26. Binomial : Terminalia chebula Retz.

Family : Combretaceae

Habit : Tree

Local name : Harida

Parts Used : Fruit

Ethnomedicinal Uses : For Cough & Cold: Dried fruit is taken for cough and cold.

27. Binomial : Tridax procumbens L.

Family : Asteraceae

Habit : Herb

Local name : Bishalya karani

Parts Used : Leaves

Ethnomedicinal Uses : For Headache and stop Bleeding: Leaf juice is applied externally on injuries to arrest bleeding and a poultice of the

leaves is applied on the forehead to treat headache.

28. Binomial : Woodfordia fruticosa (L.) Kurz

Family : Lythraceae

Habit : Shrub

Local name : Dhataki

Parts Used : Root

Ethnomedicinal Uses : For Gastro-intestinal disorder: Root paste is useful against gastro-intestinal disorder and loose motion of children.

29. Binomial : Wrightia tinctoria (Roxb.) R.Br.

Family : Apocynaceae

Habit : Tree

Local name : Pita karuan

Parts Used : Latex

Ethnomedicinal Uses : For Toothache: Milky latex is used as an external application on base of teeth.

30. Binomial : Zingiber montanum (Koenig) Dietr.

Family : Zingiberaceae

Habit : Herb

Local name : Bano ada

Parts Used : Rhizome

Ethnomedicinal Uses : For Cholera: The rhizome mixed with black pepper is used in cholera and for extraction of intestinal worms.

ନିରାମୟ (niramaya) ଓଡ଼ିଶା

ଓଡ଼ିଶା ସରକାରଙ୍କ ଏକ ମାଗଣା ଔଷଧ ବଣ୍ଟନ ବ୍ୟବସ୍ଥା । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଓଡ଼ିଶା ରାଜ୍ୟ ଔଷଧ ନିଗମ (OSMCL)ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ୨୦୧୫ ମଇ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଉଦ୍ଦେଶ୍ୟ


ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରକାରର ଜୀବନରକ୍ଷକ ବ୍ୟୟବହୁଳ ଔଷଧଗୁଡ଼ିକୁ ବିନାମୂଲ୍ୟରେ ଯୋଗାଇଦେବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଏକ ପ୍ରୟାସ । ଜନସାଧାରଣଙ୍କୁ ମାଗଣା ଚିକିତ୍ସା ଏବଂ ମାଗଣା ଔଷଧ ଯେଭଳି ହାତ ପାଆନ୍ତାରେ ମିଳିବ ସେଥିନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିରାମୟ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟକୁ ଆସୁଥିିବା ରୋଗୀମାନଙ୍କୁ ମାଗଣାରେ ଜେନେରିକ ମେଡିସିନ ଯୋଗାଇ ଦିଆଯିବ । ଏହାଦ୍ୱାରା ଗରୀବ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ହୋଇପାରିବ ।

ଯୋଜନା ରୂପାୟନ


ଏହି ଯୋଜନା ଓଡ଼ିଶା ରାଜ୍ୟ ଔଷଧ ନିଗମ(OSMCL) ଦ୍ୱାରା ପରିଚାଳିତ ହେଉଛି । ସ୍ୱାସ୍ଥ୍ୟସେବାକୁ ଅଧିକ ଜନାଭିମୁଖୀ କରିବାପାଇଁ ୨୦୧୪ ମସିହା ବଜେଟରେ ୨୦୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ରସରକାରଙ୍କ ନୀତି ଅନୁସାରେ, ଯଦି ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଗୁଣବତ୍ତା ନିର୍ଦ୍ଦେଶାବଳୀର ସଫଳ ରୂପାୟନ ହୁଏ, ତେବେ ପ୍ରୋତ୍ସାହନ ଆକାରରେ ୫% ଅଧିକ ଜାତୀୟ ସ୍ବାସ୍ଥ୍ୟ ମିଶନ ପାଣ୍ଠି ମିଳିବ । ଏହିକ୍ରମରେ ଜନସାଧାରଣଙ୍କୁ କିଭଳି ଅଧିକରୁ ଅଧିକ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେଥିଲାଗି ଔଷଧ ନିଗମ ପ୍ରସ୍ତୁତ କରାଯାଇଛି । ଏଣିକି କେନ୍ଦ୍ରୀୟ ପ୍ରକ୍ରିୟାରେ ଇ-ଟେଣ୍ଡର ମାଧ୍ୟମରେ ଔଷଧ କିଣାଯିବା ସାଙ୍ଗକୁ ସ୍ୱଚ୍ଛତା ଉପାୟରେ ଶୀତଳଭଣ୍ଡାରରେ ରଖିବା, ସୁବଣ୍ଟନ ବ୍ୟବସ୍ଥା କରିବା ଏବଂ ଡାକ୍ତରମାନେ ଯେଭଳି ସରକାରୀ ଔଷଧକୁ ରୋଗୀଙ୍କୁ ଯୋଗାଇବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି । ସମସ୍ତ ବିଧି ଏବଂ ବଣ୍ଟନ ପ୍ରକ୍ରିୟା ଅନଲାଇନ ହେବ । ସୂଚନା ପ୍ରଯୁକ୍ତି ପ୍ଲାଟଫର୍ମ ସ୍ବଚ୍ଛତା ଆଣିବ ଏବଂ ନଷ୍ଟ ରୋକିବାକୁ ଧ୍ୟାନ ଦେବ । ଅଡିଟ ପାଇଁ ଡାକ୍ତରଙ୍କ ପ୍ରେସକ୍ୟୁସନ ସ୍କାନ ହୋଇ ଵେବସାଇଟରେ ଅପଲୋଡ଼ ହେବ ଯେଉଁଥିପାଇଁ ଏହି ଯୋଜନା ଅନ୍ତର୍ଗତ ୩୫୦ଟି ପ୍ରକାର ମାଗଣାରେ ଥିବା ଔଷଧ ମଧ୍ୟରୁ ସେ ରୋଗୀଙ୍କୁ ପ୍ରେସକ୍ରାଇବ କରୁଛନ୍ତି କି ନାହିଁ ଜଣାପଡ଼ିବ ।

ଏହି ଯୋଜନାରେ ଔଷଧ ଉପଲବ୍ଧ ସ୍ଥାନ


ଏହି ଯୋଜନାରେ ରୋଗୀଙ୍କୁ ମାଗଣାରେ ୫୭୨ ପ୍ରକାର ଔଷଧ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୨୭୨ ପ୍ରକାର ଔଷଧ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏହି ମାଗଣା ଔଷଧ ବଡ଼ ମେଡ଼ିକାଲଗୁଡ଼ିକ ସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ସବୁ ପ୍ରାଥମିକ ଚିକିତ୍ସାକେନ୍ଦ୍ର ଓ ଉପକେନ୍ଦ୍ରଗୁଡିକୁ ଏଥିରେ ସାମିଲ କରାଯିବ । ରାଜ୍ୟର ସମସ୍ତ ଡାକ୍ତରଖାନାଗୁଡ଼ିକରେ ରୋଗୀମାନେ ଏହି ମାଗଣା ଔଷଧଗୁଡ଼ିକୁ ପାଇପାରିବେ ।

ଇ-ଔଷଧି ସହ ନିରାମୟ


ଏବେ ଇ-ଔଷଧି ମାଧ୍ୟମରେ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ୨୭୨ ପ୍ରକାରର ଔଷଧ ମିଳୁଛି । ନିରାମୟ ଜରିଆରେ କର୍କଟ, ମଧୁମେହ, ସିକିଲସେଲ ଆନେମିଆ, ଥାଲାସେମିଆ, ହେମୋଫିଲିଆ ଏବଂ ମାନସିକ ରୋଗ ଆଦି ଦୁରାରୋଗ୍ୟ ରୋଗ ପାଇଁ ଔଷଧ ସହିତ ହସ୍ପିଟାଲ ବ୍ୟବହାର୍ଯ୍ୟ ଏବଂ ମେଡିକାଲ ସର୍ଜିକାଲ ଉପକରଣ ଯୋଗାଇ ଦିଆଯାଉଛି । କର୍କଟ ରୋଗ ପାଇଁ ମାଗଣା ଔଷଧ ସମସ୍ତ ସରକାରୀ ଡାକ୍ତରଖାନାମାନଙ୍କରେ ୨୦୧୫ ଶେଷ ସୁଦ୍ଧା ଉପଲବ୍ଧ ହେଉଛି ।

ଧୋରେ ବାଇଆ ଧୋ (ଲେଖକ: ନନ୍ଦ କିଶୋର ବଳ)

ଧୋରେ ବାଇଆ ଧୋ

ବିଲରେ ପାଚଇ         ରଙ୍ଗଣି ଧାନ ଗୋ
ଧୋରେ ବାଇଆ ଧୋ
ଯେଉଁ କିଆରିରେ         ଗହଳ ଧାନ ତୁ
ଯେଇଁ କିଆରିରେ ଶୋ ।

ଟୁଣୁ ଟୁଣୁ ପାଚି         ବାସନା ଧାନ ଗୋ
ନାଲି ଗୁଲୁ ଗୁଲୁ ଦିଶେ,
ଥାଳି ଚାଳି ଦେଲେ         ଗୋଟିଏ ପାଖରୁ
ବୁଲିଣ ଆସିବ କି ସେ । ୧ ।

ଭୋଦୁଅ ମାସରେ ମାଣ୍ଡିଆ ପାଚଇ
ଧୋରେ ବାଇଆ ଧୋ,
ଯେଉଁ କିଆରି ଗହଳ ମାଣ୍ଡିଆ
ସେଇ କିଆରିରେ ଶୋ । ୨ ।

ଗଜା ବଉଦକୁ         ଖର ପବନ ଗୋ
ଉଡ଼ାଇ ନିଏ ବହନ
ଦାଣ୍ଡ ତାଳଗଛେ         ଦୋହଲି ଦୋହଲି
ବାୟା ରାବେ ଘନ ଘନ । ୩ ।

ଦୁଇ କୂଳ ଖାଇ         ବଢ଼ିଅଛି ନଈ
ପାଳରେ ପାଚିଛି ଧାନ,
ପଲ ବାନ୍ଧି ପକ୍ଷୀ         ଆକାଶେ ଉଡ଼ନ୍ତି
ଶୁଭଥାଏ ତାଙ୍କ ଗାନ । ୪ ।

ତା ଶୁଣି ପିଲାଏ         ଗାଉଛନ୍ତି ଗୀତ
ଧୋରେ ବାଇଆ ଧୋ,
ଯେଉଁ କିଆରିରେ         ଗହଳ ଧାନ ତୁ
ସେଇ କିଆରିରେ ଶୋ । ୫ ।